ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ବିଧାନସଭା ମୌସୁମୀ ଅଧିବେଶନ । ୨ୟ ଦିନରେ ବି ଗୃହ ଅଚଳ। ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ବିରୋଧୀଙ୍କ ହଟ୍ଟଗୋଳ ଏବଂ ହୋହାଲ୍ଲା ଲାଗି ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ତେବେ ହୋହଲ୍ଲା ଭିତରେ ମାତ୍ର ୬ ମିନିଟ ପାଇଁ ଚାଲିପାରିଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ବିଭାଗୀୟ ମନ୍ତ୍ରୀ ରଖୁଥିଲେ ଉତ୍ତର । ସେହି ସମୟରେ ବିରୋଧୀ ଉପବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ଏମଏମଡିଆର ସଂଶୋଧନ ବିଲ ପ୍ରତ୍ୟାହାର ଏବଂ ବହି ତ୍ରୁଟି ପ୍ରସଙ୍ଗ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି । ଗୃହରେ ପ୍ରଶ୍ନୋତ୍ତର ଚାଲିପାରିନଥିଲା | MMDR ପ୍ରସଙ୍ଗରେ କଂଗ୍ରେସ ନାରାବାଜି କରୁଥିବା ବେଳେ ବିଜେଡି ପାଠ୍ୟ ପୁସ୍ତକ ମୁଦ୍ରଣରେ ତ୍ରୁଟି ନେଇ ନାରାବାଜି କରୁଛି । ଉଭୟ ଦଳ ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରୁଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ବିରୋଧୀ ସଦସ୍ୟ ଶୁଣିଥିଲେ । ଏପିରିକି ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ସେପଟେ ବାରମ୍ବାର ଅନୁରୋଧ ପରେ କୌଣସି ବିରୋଧୀ ବିଧାୟକ ଶୁଣିବାକୁ ପ୍ରସ୍ତୁତ ନଥିଲେ । ତେଣୁ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଛନ୍ତି ।