ପଞ୍ଜୀକୃତ ଦଲିଲ୍ ରଦ୍ଦ କରିପାରିବେନି ସବ୍-ରେଜିଷ୍ଟ୍ରାର୍
ରାଜ୍ୟ କାହାଣୀ (ଭୁବନେଶ୍ଵର)ଥରେ ଜମି କିଣାବିକା ଦଲିଲ ହୋଇଯିବା ପରେ ଉକ୍ତ ପଞ୍ଜୀକୃତ ଦଲିଲ୍କୁ ସବ୍-ରେଜିଷ୍ଟ୍ରାର ବା କେହି ରେଜିଷ୍ଟ୍ରେସନ୍ ଅଧିକାରୀ ରଦ୍ଦ କରିପାରିବେ ନାହିଁ ବୋଲି ଦଲିଲ୍ ରଦ୍ଦ ବା କ୍ୟାନ୍ସଲେସନ ଡିଡ୍ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଆବେଦନକାରିଣୀ ରଶ୍ମିତା ସାହୁଙ୍କ ସପକ୍ଷରେ ୨୦୦୮ ଏପ୍ରିଲ ୨୮ରେ ଏକ ବିକ୍ରୟ ଦଲିଲ ସମ୍ପାଦିତ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୧୧ ସେପ୍ଟେମ୍ବର ୨୬ରେ ବିକ୍ରେତା ଜଣକ ଏକପାଖିଆ ଭାବେ ଉକ୍ତ ବିକ୍ରୟ ଦଲିଲକୁ ରଦ୍ଦ କରିବା ପାଇଁ ଏକ “କ୍ୟାନ୍ସଲେସନ ଡିଡ୍’ ଆବେଦନ କରିଥିଲେ । ଏହି ଆବେଦନକୁ ଗ୍ରହଣ କରି କର୍ତ୍ତୃପକ୍ଷ ପୂର୍ବ ପଞ୍ଜୀକରଣକୁ ରଦ୍ଦ କରିଦେଇଥିଲେ । ଆବେଦନକାରିଣୀ ଏହାକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଏହି ଦଲିଲ ରଦ୍ଦ ବିଷୟରେ ତାଙ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା । ସେ ସ୍ୱତ୍ତ୍ୱାଧିକାରୀ ସାର୍ଟିଫିକେଟ୍ ପାଇବା ପରେ ହିଁ ଏହି ବିଷୟରେ ଜାଣିବାକୁ ପାଇଥିଲେ ।