ନୂଆ ଟିମ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା

ରାଜ୍ୟ କାହାଣୀ (ଭୁବନେଶ୍ୱର )ନୂଆ ଟିମ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଯେଉଁ ଦିନ କେନ୍ଦ୍ର ସଭାପତି ଘୋଷଣା ହୋଇଯିବ, ତାପରେ ଟିମ ଓଡିଶା ଘୋଷଣା ହବ l ଏହା ହେଉଛି ଦଳର ସମ୍ଭିଧାନିକ ବ୍ୟବସ୍ଥା l ତାପରେ ଚୂଡାନ୍ତ ହେବ ନିଗମ ବୋର୍ଡ l ଖୁବ ଶୀଘ୍ର ଠିକ ସମୟରେ ଘୋଷଣା ହବ l ଯଦିଓ ନିର୍ଦ୍ଦିଷ୍ଟ ତାରିଖ ନାହିଁ । ସୂଚନାମୁତାବକ ଗତ ଜୁଲାଇ ୭ ତାରିଖରେ ରାଜ୍ୟ ବିଜେପି ସଭାପତି ନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ପୁଣିଥରେ ରାଜ୍ୟ ବିଜେପିର ମଙ୍ଗ ଧରିଥିଲେ ମନମୋହନ ସାମଲ। ତେବେ ମନମୋହନ ପୁନର୍ବାର ଦାୟିତ୍ୱ ନେବାପରଠାରୁ ତାଙ୍କର ନୂଆ ଟିମ୍ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ଉଭୟ ନୂଆ ଅଭିଜ୍ଞତାକୁ ପ୍ରାଧାନ୍ୟ ମିଳିବ ବୋଲି ମନମୋହନ କହିଛନ୍ତି ।

You might also like