ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ନୂଆଁଖାଇ ପାଇଁ ଆଜି ଉଠୁଛି ପଡ଼ୁଛି ପୂରା ପଶ୍ଚିମ ଓଡ଼ିଶା । ଏହି କୃଷିଭିତ୍ତିକ ଗଣପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ନୂଆଁଖାଇ କେବଳ ଏକ ପର୍ବ ନୁହେଁ । ଏହା ଆମର ମାଟି, ସଂସ୍କୃତି, ଚାଲିଚଳଣୀ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ । ଏହି ଆନନ୍ଦମୟ ପର୍ବରେ ଆମେ ସମସ୍ତେ ଭେଦଭାବ ଓ ତିକ୍ତତା ଭୁଲି ଗୁରୁଜନଙ୍କୁ ମୁଣ୍ଡିଆଁ ମାରି ଆଶୀର୍ବାଦ ନେଇଥାଉ । ଏ ସୁନ୍ଦର ପରମ୍ପରା ଆମ ପରିବାର ଏବଂ ଭାଇଚାରା ବନ୍ଧନକୁ ଆହୁରି ମଜଭୁତ କରିଥାଏ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ଯାଏଁ ବିକଶିତ ଭାରତ ଗଠନ ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପାଳନ କରନ୍ତୁ ବୋଲି ଛାତ୍ରଛାତ୍ରୀ, ଶ୍ରମିକ, ଯବାନ ଓ ଚାଷୀ ଭାଇଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଖାଇଁ ସମସ୍ତଙ୍କ ଜୀବନରର ନୂଆ ଆଶା ଆଣିଦେଉ ଏବଂ ମାଆ ସମଲେଇ ସମସ୍ତଙ୍କୁ ସୁଖ ସମୃଦ୍ଧି ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।

You might also like