ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ମୋକିମ୍‌ଙ୍କ ଆହ୍ଵାନ

ରାଜ୍ୟକାହାଣୀ ( ଭୁବନେଶ୍ୱର )ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର ‘ହୁଇପ୍‌’କୁ ନ ମାନି କ୍ରସ୍‌ ଭୋଟିଂ କରିଥିଲେ। କଂଗ୍ରେସ ଏହି ୩ ଜଣଙ୍କୁ ଦଳରୁ ନିଲମ୍ବିତ କରିଛି। ତେବେ ମଉକା ଦେଖି ଚୌକା ମାରିଛନ୍ତି ମହମ୍ମଦ ମୋକିମ୍। ନିଲମ୍ବିତ ବିଧାୟକମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଦେଲେ ଆହ୍ଵାନ। ଝିଅ ସୋଫିଆ ଫିର୍ଦ୍ଦୋସ୍ ଙ୍କ କ୍ରସ୍ ଭୋଟିଂ ନେଇ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି। ମୋକିମ୍ କହିଛନ୍ତି ଯେ, ମୋତେ ବହିଷ୍କାର କରିବା ପରେ କଂଗ୍ରେସ ଦଳ ସୋଫିଆଙ୍କୁ ଅଣଦେଖା କରୁଥିଲା। କଟକରେ କାହାକୁ ଦଳରେ ମିଶାଇଲେ ବି ଜଣାଉ ନଥିଲେ। ଏପରିକି ଦଳର ମହିଳା କାର୍ଯ୍ୟକ୍ରମକୁ ମଧ୍ୟ ଡାକୁ ନଥିଲେ। ଯଦି ଦଳ ତାଙ୍କୁ ବହିଷ୍କାର କରେ ଓଡ଼ିଶା-ଜନତା-କଂଗ୍ରେସ ପାଇଁ କାମ କରିବ।ସେପଟେ କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ ଆଣ୍ଟି ଡିଫେକ୍ସନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଏବଂ ଗୃହରେ ସିଟ୍ ପରିବର୍ତ୍ତନ ପାଇଁ ଚିଠିରେ ଉଲ୍ଲେଖ ରହିଛି।

You might also like