ନିର୍ମାଣ ହେବ ହିଟୱେଭ ଆଶ୍ରୟ ସ୍ଥଳୀ: ମନ୍ତ୍ରୀ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଟାଣ ଖରା ସମୟରେ ଯାତ୍ରୀ ପରିବହନ ଉପରେ କଟକଣା ଲଗାଇବେ ସରକାର । ଅଧିକ ଖରା ହେଉଥିବା ଜାଗାରେ ହିଟୱେଭ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ । ଯାତାୟତ କରିବା ରାସ୍ତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ, ORS, ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ୧୧ଟାରୁ ୩ଟା ଯାଏଁ ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରାଯିବ ।ଅଂଶୁଘାତ ମୃତ୍ୟୁ ପାଇଁ ରିପୋର୍ଟ ପାଇବାର ୨୪ ଘଣ୍ଟାରେ ମିଳିବ କ୍ଷତିପୂରଣ । ଏସି ନଥିବା ଗାଡି ଚାଲିଲେ କାହାର ଅସୁବିଧା ହେଲେ ମାଲିକ ଦାୟୀ ରହିବେ । ରାଜ୍ୟରେ ଅସମ୍ଭାଳ ଗରମ ହେତୁ ଏଭଳି ପଦକ୍ଷେପ ନିଆଯାଇଛି ।ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

You might also like