ନାବାଳିକା ଦୁଷ୍କର୍ମ ମାମଲା: ବିଜେଡିରୁ ନିଳମ୍ବିତ ହେଲେ ଅମରେଶ ଜେନା
ରାଜ୍ୟ କାହାଣୀ (ଭୁବନେଶ୍ଵର)ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ । ବାଲେଶ୍ୱରରୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ପରେ ବିଏମସି କର୍ପୋରେଟର ଅମରେଶ ଜେନା ବିଜେଡିରୁ ନିଳମ୍ବିତ ହୋଇଛନ୍ତି।ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା ଧମକ ଅଭିଯୋଗରେ ଅମରେଶଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା (ନଂ. ୩୯୪/୨୦୨୫) ରୁଜୁ ହୋଇଥିଲା।