ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍

ରାଜ୍ୟ କାହାଣୀ ( ଭୁବନେଶ୍ଵର)ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍। ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ। ଗୃହ ବିଭାଗ ଜରିଆରେ ଟ୍ରାଫିକ ଡିସିପିଙ୍କ ମତାମତ ମାଗିଲା ପୂର୍ତ୍ତ ବିଭାଗ । ସରକାରୀ ରାସ୍ତାରେ ବ୍ୟାରିକେଡ ଦ୍ୱାରା ଯାତାୟତରେ ବାଧା ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି ।ଖବର ଅନୁଯାୟୀ, ପ୍ରକାଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଭୀମପୁର ମୌଜାରେ ବ୍ୟାରିକେଡ୍ କରାଯାଇ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ କରିଥିଲେ। ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ, ଉକ୍ତ ରାସ୍ତାକୁ ଅବରୋଧମୁକ୍ତ କରାଯାଉ ଏବଂ ଯେଉଁ ଅନଧିକୃତ ବ୍ୟାରିକେଡ୍ କରାଯାଇଛି, ତାହାକୁ ହଟାଯାଉ।

You might also like