ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।ଖବର ଅନୁଯାୟୀ, ବୁଧବାର ସକାଳେ ବାଲେଶ୍ବରର ବିଚିତ୍ରପୁର ଜଙ୍ଗଲରୁ ଏହି ୫ ଓରାଙ୍ଗଉଟାନ ଛୁଆଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ୩ଟି ଅଣ୍ଡିରା, ୨ଟି ମାଈ ଅଛନ୍ତି। ସମସ୍ତଙ୍କ ବୟସ ୧ ବର୍ଷରୁ କମ୍। ଇଣ୍ଡୋନେସିଆ, ମାଲେସିଆ ଭଳି ଚିରହରିତ ଜଙ୍ଗଲରେ ଦେଖାଯାଉଥିବା ଏହି ବିରଳ ବନ୍ୟଜନ୍ତୁ କେଉଁଠୁ କେଉଁ ରୁଟ୍ ଦେଇ ଓଡ଼ିଶା ଆସିଲେ ତାହା ସଭିଙ୍କୁ ତାଜୁବ କରିଛି।ଏଠାରେ ୫ଟି ଓରାଙ୍ଗଉଟାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। କ୍ୱାରେଣ୍ଟାଇନ୍‌ରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନନ୍ଦନକାନନର ବିଶେଷଜ୍ଞ ଟିମ୍‌ ନଜର ରଖିଛି। ଆବଶ୍ୟକ ପରୀକ୍ଷା ଓ ନିରୀକ୍ଷଣ ପରେ ଓରାଙ୍ଗଉଟାନଗୁଡ଼ିକୁ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

You might also like