ଦୀର୍ଘ ୧୦ ବର୍ଷ ପରେ ବଛା ହେବେ ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ। ଓଡ଼ିଶା ଶ୍ରେଷ୍ଠ ବିଧାୟକ ପୁରସ୍କାର-୨୦୦୨ର ନିୟମ ୩ ଅନୁଯାୟୀ, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନଙ୍କୁ ନେଇ ଏକ କମିଟି ଗଠିତ ହୋଇଛି। ଏହି କମିଟି ବିଧାନସଭାର ଶ୍ରେଷ୍ଠ ବିଧାୟକ ପୁରସ୍କାର ପାଇଁ ମନୋନୀତ କରିବ।କମିଟିରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଭାଜପା ସଦସ୍ୟ ଜୟନାରାୟଣ ମିଶ୍ର, ଭାସ୍କର ମଢ଼େଇ, ପୂର୍ବତନ ସଦସ୍ୟ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଏବଂ ବରିଷ୍ଠ ଖବରଦାତା ରାଜାରାମ ଶତପଥୀ ସଭ୍ୟ ରହିଛନ୍ତି। ଏହି କମିଟି ପକ୍ଷରୁ ଖୁବ୍‌ଶୀଘ୍ର ଏକ ବୈଠକ ବସିବ। ବୈଠକରେ ୨୦୧୬ ପରଠାରୁ ଅଦ୍ୟାବଧି ଯେଉଁ ବିଧାୟକମାନେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ। ଏନେଇ ସୋମବାର ବିଧାନସଭା ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତିରେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଦର୍ଶାଇଛନ୍ତି, ଓଡ଼ିଶା ବେଷ୍ଟ ଲେଜିସ୍‌ଲେଟର ଆଓ୍ବାର୍ଡ ନିୟମ-୨୦୦୨ ଅନୁଯାୟୀ, ଉକ୍ତ କମିଟି ଶ୍ରେଷ୍ଠ ବିଧାୟକ ବାଛିବ। ଏଥିପାଇଁ ପ୍ରତିବର୍ଷ ବିଧାୟକଙ୍କ ରେକର୍ଡ ଅନୁଧ୍ୟାନ କରାଯିବ ବୋଲି ଜଣାପଡ଼ିଛି।

You might also like