ତୁରନ୍ତ ମହାନଦୀ ବିବାଦରେ ହସ୍ତକ୍ଷେପ କରନ୍ତୁ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ରାଜ୍ୟ କାହାଣୀ (ଭୁବନେଶ୍ଵର)ପୁଣି ବର୍ଷିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ସସ୍ମିତ। ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର।ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ମହାନଦୀ ଟ୍ରିବ୍ୟୁନାଲରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ମେ ୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତାପୂର୍ବରୁ ରାଜ୍ୟ ଜଳସଂପଦ ବିଭାଗ ଏବଂ ଆଇନ ବିଭାଗ ସହ ମୁଖ୍ୟମନ୍ତ୍ରୀ ବୈଠକ ଡାକନ୍ତୁ । ଟ୍ରବ୍ୟୁନାଲରେ ଓଡ଼ିଶା ସରକାର ଏମିତି ତଥ୍ୟ ରଖନ୍ତୁ । ଯେମିତି ଟ୍ରବ୍ୟୁନାଲର ନିଷ୍ପତ୍ତି ଓଡ଼ିଶା ସପକ୍ଷରେ ଯିବ ।ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ଦେଇଥିବା ନିର୍ଦ୍ଦେଶନାମାରେ ଓଡ଼ିଶା ପ୍ରତି କରାଯାଇଥିବା ପ୍ରତିକୂଳ ମନ୍ତବ୍ୟ ସମ୍ପର୍କରେ ସାଂସଦ ଡଃ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଅବଗତ କରାଇଛନ୍ତି।

You might also like