ତିନି ମାସ ପାଇଁ ଅନେକ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିବାର ଘୋଷଣା କଲା ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆ ଆନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା ଦେଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁଁ ସାରା ବିଶ୍ୱରେ ଇନ୍ଧନ ଅଭାବ ସୃଷ୍ଟି ହୋଇଛି । ଯାହା ଜେଟ୍ ଇନ୍ଧନ ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିଛି । ପଶ୍ଚିମ ଏସିଆ ବିବାଦ, ବୃଦ୍ଧି ପାଉଥିବା ଜେଟ୍ ଇନ୍ଧନ ମୂଲ୍ୟ ଏବଂ ପ୍ରମୁଖ ଅଞ୍ଚଳଗୁଡ଼ିକରେ ଆକାଶ ସୀମା ପ୍ରତିବନ୍ଧକ ମଧ୍ୟରେ ଏୟାର ଇଣ୍ଡିଆ ବୁଧବାର ଜୁନ୍ ରୁ ଅଗଷ୍ଟ ୨୦୨୬ ମଧ୍ୟରେ ୨୯ଟି ଅନ୍ତର୍ଜାତୀୟ ରୁଟରେ ଫ୍ରିକ୍ୱେନ୍ସି ସ୍ଥଗିତ ଏବଂ ହ୍ରାସ କରିବାର ଘୋଷଣା କରିଛି।ଇରାନ ଯୁଦ୍ଧ ସଙ୍କଟ ଏବଂ ହର୍ମୁଜ ପ୍ରଣାଳୀ ପାଖରେ ଅସ୍ଥିରତା ସହିତ ଜଡିତ ବିଶ୍ୱ ବିମାନ ଚଳାଚଳ ବାଧାପ୍ରାପ୍ତ ହେଉଥିବାରୁ, କାର୍ଯ୍ୟକ୍ଷମ ସ୍ଥିରତା ଆଣିବା ଏବଂ ଯାତ୍ରୀମାନଙ୍କ ଶେଷ ମୁହୂର୍ତ୍ତର ଅସୁବିଧାକୁ ହ୍ରାସ କରିବା ପାଇଁ ଏହି ଅସ୍ଥାୟୀ ପରିବର୍ତ୍ତନଗୁଡ଼ିକର ଲକ୍ଷ୍ୟ ରଖାଯାଇଛି ବୋଲି ଏୟାରଲାଇନ୍ସ କହିଛି।ବଢୁଥିବାତେବେ ଆର୍ଥିକ ଚାପ ଏବଂ ପରିଚାଳନାଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ, ଏୟାର ଇଣ୍ଡିଆ ଏଭଳି ନିଷ୍ପତ୍ତି ନେଇଛି ।

You might also like