ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ବିଜୟ! ଆସନ୍ତାକାଲି ନେବେ ଶପଥ

ତାମିଲନାଡୁ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ, ରାଜ୍ୟରେ ସରକାର ଗଠନ ପାଇଁ ପ୍ରୟାସ ଜୋରଦାର ହୋଇଛି । ବିଜୟ ଥାଲାପତିଙ୍କ ଟିଭିକେ ଦଳ ଖୁବ୍ ଶୀଘ୍ର ସରକାର ଗଠନ କରିବା ନେଇ ରାଜନୈତିକ ମେଣ୍ଟ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୮ ଆସନ ହାସଲ ପାଇଁ ଟିଭିକେ ସମଭାବାପନ୍ନ ଦଳ ସହିତ ମେଣ୍ଟ କରିବାକୁ ଚାହୁଁଛି। ଟିଭିକେ କଂଗ୍ରେସ ସମର୍ଥନରେ ତାମିଲନାଡୁରେ ସରକାର ଗଠନ କରିପାରେ ବୋଲି କୁହାଯାଉଛି।ତାମିଲନାଡ଼ୁରେ ୧୦୮ ଆସନ ଜିତି ସବୁଠାରୁ ବଡ଼ଦଳ ଭାବେ ଉଭା ହୋଇଛି ବିଜୟଙ୍କ ଦଳ ଟିଭିକେ। ବିଜୟ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇ ସାରିଥିବାବେଳେ ଏବେ ଶପଥ ଗ୍ରହଣ ଉପରେ ରହିଛି ସମସ୍ତଙ୍କର ନଜର। ବିଜୟଙ୍କ ଏହି ଐତିହାସିକ ବିଜୟକୁ ନେଇ ତାମିଲନାଡୁ ସମେତ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।

You might also like