ଡେପୁଟେସନ୍ ବାତିଲ୍ ପାଇଁ ଧାରଣାରେ ଛାତ୍ରଛାତ୍ରୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧୀନ ବଡକର୍ଲାକୋଟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଡେପୁଟେସନ୍କୁ ନେଇ ବିରୋଧ ଦେଖାଦେଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟିଜିଟି ସାଇନ୍ସ ଅବିରାମ ଭୋଇ ଓ ଟିଜିଟି ଆର୍ଟ କୃଷ୍ଣଚନ୍ଦ୍ର କୁମାରଙ୍କୁ ଅନ୍ୟତ୍ର ଡେପୁଟେସନ୍ରେ ପଠାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି (ଏସ୍ଏମ୍ସି) ଏହାକୁ ବିରୋଧ କରିଛନ୍ତି ।ସୂଚନା ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ଟିଜିଟି ସାଇନ୍ସ ଅବିରାମ ଭୋଇ ଓ ଟିଜିଟି ଆର୍ଟ କୃଷ୍ଣଚନ୍ଦ୍ର କୁମାରଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠା ଯାଇଛି । ଏହା ପୂର୍ବରୁ ମଧ୍ୟ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍ ରେ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଫେରିଛନ୍ତି ତଥାପି ଶିକ୍ଷକ ଅଭାବ ସମସ୍ୟା ଦୂର ହୋଇନାହିଁ । ଏହି ବିଦ୍ୟାଳୟରେ ଶିଶୁବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୦୦ ଛାତ୍ରଛାତ୍ରୀ ପାଠପଢୁଛନ୍ତି । ଯଦି ଶିକ୍ଷକ ମାନଙ୍କୁ ଏଭଳି ଡେପୁଟେସନ ରେ ପଠାଯାଏ ତେବେ ପିଲାଙ୍କ ପାଠପଢ଼ା ବ୍ୟାହତ ହେବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଡେପୁଟେସନ୍ ବାତିଲ କରିବାକୁ ଦାବି କରାଯାଇଛି ।