ଡେଟିଂ ଆପ୍ ଜରିଆରେ ଡକାୟତି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ

ଭୁବନେଶ୍ୱର (ରାଜ୍ୟକାହାଣୀ )ଗେ ଡେଟିଂ ଆପ୍ ଜରିଆରେ ଡକାୟତି। ଏହି ଗେ ଡେଟିଂ ଆପ୍ ବ୍ୟବହାର କରି ଲୋକଙ୍କୁ ଲୁଟୁଥିଲେ। ବଡଗଡ ଥାନା ପୋଲିସ ଏହାର ପର୍ଦ୍ଦାଫାସ କରିଛି। ଯୁବକ ମାନେ ଗେ ଡେଟିଙ୍ଗ ଆପ ଜରିଆରେ କରୁଥିଲେ ଚାଟିଙ୍ଗ। ଦେଖା କରିବା ପାଇଁ ଡାକୁଥିଲେ ନିରୋଳା ଜାଗାକୁ । ଫାଶରେ ପଡ଼ିଥିବା ଲୋକଙ୍କୁ କରୁଥିଲେ ମାରପିଟ୍। ଛଡ଼ାଇ ନେଉଥିଲେ ସୁନା ଅଳଙ୍କାର,ନଗଦ ଟଙ୍କା ଓ ଦାମୀ ଜିନିଷ।ଗତ ମାର୍ଚ୍ଚ ମାସରେ ଜଣେ ଯୁବକଙ୍କୁ ଏପରି ଉପାୟରେ କେଶୁରା ଅଂଚଳର ଏକ ଭଙ୍ଗା ଘରକୁ ଡାକି ଲୁଟପାଟ କରିଥିଲେ। ଅଭିଯୋଗ ପରେ ଡକାୟତ ଗ୍ୟାଙ୍ଗର ମହିଳା ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ନାବାଳକକୁ ସୁଧାର ଗୃହ ପଠାଇଛି ବଡଗଡ ଥାନା ପୋଲିସ। ଏହି ଡକାୟତ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିଛି ବଡଗଡ ଥାନା ପୋଲିସ।

You might also like