ଡାଲମାରୁ ବାହାରିଲା ମଲା ସାପ । ବିଷାକ୍ତ ସାପ ଡାଲମା ଖାଇ ୪୦ ଅସୁସ୍ଥ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଭାଗବତ ସପ୍ତାହରେ ଚାଲିଥିଲା ଭୋଜିଭାତ, ଆଉ ଏପଟେ ଡାଲମାରେ ପଡ଼ିଯାଇଥିଲା ବିଷାକ୍ତ ସାପ, ଆଉ ଏହି ବିଷାକ୍ତ ସାପ ମିଶା ଡାଲମା ଖାଇ ୪୦ ରୁ ଅଧିକ ଲୋକ ଏବେ ମେଡିକାଲରେ ପଡ଼ିଛନ୍ତି ।ସୂଚନା ଥାଉକି, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମୁ୍ୟନିସିପାଲିଟିର ୧୦ ନଂ ୱାର୍ଡରେ ଚାଲିଥିଲା ଭାଗବତ ସପ୍ତାହ । ଏହି ଅଵସରରେ ୪୦୦ ଲୋକଙ୍କ ପ୍ରସାଦ ସେବନ ଲାଗି ଖାଦ୍ୟ ରନ୍ଧା ହୋଇଥିଲା । ହେଲେ ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଚିକିତ୍ସା ହୋଇଛନ୍ତି ।

You might also like