ଡଲାର ଆଗରେ ଦୁର୍ବଳ ଟଙ୍କା , ଇତିହାସରେ ସର୍ବନିମ୍ନ ସ୍ତରକୁ ଖସିଲା ମୂଲ୍ୟ

ଇତିହାସରେ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଟଙ୍କା । ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସିଛି । ୯୬ ଟଙ୍କା ୩୫ ପଇସାକୁ ଖସିଆସିଛି ଟଙ୍କାର ମୂଲ୍ୟ ।ସାମ୍ପ୍ରତିକ ସ୍ଥିତିରେ ଉପସାଗରୀୟ ଦେଶଗୁଡିକରୁ ତୈଳ ଯୋଗାଣ ସ୍ବାଭିବକ ହୋଇନାହିଁ। ଏହାମଧ୍ୟରେ ମିଳିତ ଆରବ ଏମିରେଟ୍ସ(ୟୁଏଇ)ର ଏକ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ହେବା ଖବର ଆସିବା ପରେ ଏହାର ପ୍ରଭାବ ପୁଞ୍ଜି ବଜାର ଉପରେ ଅନୁଭୂତ ହୋଇଛି। ଏହି ଘଟଣା ମଧ୍ୟପ୍ରାଚ୍ୟ ତୈଳ ଯୋଗାଣ କ୍ଷେତ୍ରକୁ ଆହୁରି ପ୍ରଭାବିତ କରିବା ସହ ଭାରତର ତୈଳ ଆମଦାନୀ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ନିବେଶକମାନେ ଆଶଙ୍କିତ ହୋଇପଡ଼ିଛନ୍ତି।

You might also like