ଚିନିର କଳାବଜାରୀ ରୋକିବା ପାଇଁ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ
ଚିନିର କଳାବଜାରୀ ରୋକିବା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ଚିନି ଡିଲରମାନେ ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକରେ ରଖିପାରିବେ ନାହିଁ। ବର୍ତ୍ତମାନ ଏହି ସୀମା ୪,୦୦୦ କ୍ୱିଣ୍ଟାଲ ରହିଛି, ଯାହା ୧ ଅଗଷ୍ଟ ୨୦୨୬ରୁ ଲାଗୁ ହୋଇଛି। ନୂଆ ସୀମା ୧୫ ସେପ୍ଟେମ୍ୱର ୨୦୨୬ରୁ ୩୦ ନଭେମ୍ୱର ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ଘରୋଇ ବଜାରରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ଏବଂ ଦରକୁ ସ୍ଥିର ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।କୋଲକାତା ଏବଂ ଏହାର ଆଖପାଖ ମହାନଗରୀୟ ଅଞ୍ଚଳ ପାଇଁ ଷ୍ଟକ ସୀମା ପୂର୍ୱ ଭଳି ୪,୦୦୦ କ୍ୱିଣ୍ଟାଲ ହିଁ ରହିବ। ସରକାରଙ୍କ ଅନୁଯାୟୀ, କୋଲକାତା ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରରୁ ଚିନି ଆମଦାନୀ କରିଥାଏ। ଏଠାରୁ ପୂର୍ୱ ଭାରତ ସହିତ ଉତ୍ତର-ପୂର୍ୱ ରାଜ୍ୟଗୁଡ଼ିକୁ ମଧ୍ୟ ଚିନି ଯୋଗାଣ ହୋଇଥାଏ। ଏହି କାରଣରୁ ଏହି ଅଞ୍ଚଳ ପାଇଁ ପୁରୁଣା ସୀମାକୁ ବଳବତ୍ତର ରଖାଯାଇଛି।ମନ୍ତ୍ରଣାଳୟ ଅନୁଯାୟୀ, ଏହି ପଦକ୍ଷେପ ଏବଂ ବଜାରରେ ଉନ୍ନତ ଉପଲବ୍ଧତା ଯୋଗୁଁ ନିକଟ ଅତୀତରେ ଏକ୍ସ-ମିଲ ଚିନି ଦରରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ଘଟିଛି। ଖୁଚୁରା ଦରରେ ମଧ୍ୟ ହ୍ରାସର ଧାରା ଦେଖିବାକୁ ମିଳିଛି ଏବଂ ଆଗକୁ ଏହା ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି।