ଚିକିଟିରେ ମହିଳାଙ୍କୁ ବିବସ୍ତ୍ର କରି ନିର୍ମମ ଆକ୍ରମଣ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀରେ ଏମିତିଏକ ବର୍ବରୋଚିତ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି lବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଜରଡ଼ା ଥାନା ଅଧୀନରେ ଥିବା ଖାରିଆଗୁଡା ପୋଲିସ ଫାଣ୍ଡି ଅନ୍ତର୍ଗତ ତୁରିବୁଡି ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବାଳକୃଷ୍ଣ ଗୌଡ଼ଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ଗୌଡ଼ ଜଣେ ନିରୀହ ମହିଳାଙ୍କୁ ଗାଁ ମଝି ରାସ୍ତାରେ ଉଲଗ୍ନ କରି ଟାଣି ଟାଣି ବିବସ୍ତ୍ର କରି ନିର୍ମମ ଭାବେ କିଛି ମହିଳା ଓ ପୁରୁଷ ମାନେ ଆକ୍ରମଣ କରିଥିବା ଫାଣ୍ଡିରେ ଅଭିଯୋଗ ହେଇଛି। ଏଭଳି ହୃଦୟ ବିଦାରକ ଘଟଣା ମଣିଷ ମନକୁ ଦୋହଲାଇ ଦେଇଛି lଏହି ଘଟଣା କେବଳ ଏକ ଅପରାଧ ନୁହେଁ, ବରଂ ସମାଜର ମାନବିକ ମୂଲ୍ୟବୋଧ ଉପରେ ଏକ ଖୋଲା ଆକ୍ରମଣ। ଚିକିଟି ଅଞ୍ଚଳର ଇତିହାସରେ ଏଭଳି ଘୃଣ୍ୟ ଓ ଲଜ୍ଜାଜନକ କାଣ୍ଡ କେବେ ଘଟି ନଥିବା ସ୍ଥାନୀୟ ଜନ ସାଧାରଣ ରେ ଆଲୋଚନା ହେଉଛି l ସବୁଠାରୁ ଚିନ୍ତାଜନକ କଥା ହେଉଛି ଗତ ୩ ଦିନ ମଧ୍ୟରେ ଏହା ଦ୍ୱିତୀୟ ଏପରି ଗୁରୁତର ଘଟଣା। ଲଗାତାର ଅପରାଧ ଘଟୁଥିବା ସତ୍ତ୍ୱେ, ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି।ଅଭିଯୋଗ ଅନୁସାରେ, ଘଟଣା ପରେ ମଧ୍ୟ ଅଭିଯୁକ୍ତମାନେ ଜନ ସାଧାରଣରେ ବୁଲୁଥିବା କୁହାଯାଉଛି l ଏହା ପୋଲିସର କାର୍ଯ୍ୟକୁଶଳତା ଓ ପାରିବା ପଣିଆ ଉପରେ ଗଭୀର ପ୍ରଶ୍ନ ଉଠାଇଛି।ସ୍ଥାନୀୟ ଲୋକମାନେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କଠୋର ଶାସ୍ତି ଦେବାକୁ ଦାବି କରିଛନ୍ତି। ଯଦି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ନିଆଯାଏ, ତେବେ ଆଗାମୀ ଦିନରେ ଜନଆନ୍ଦୋଳନ ଜୋରଦାର ହେବା ସମ୍ଭାବନା କୁ ଏଡ଼ାଇ ଦିଆ ଯାଇପାରିବ ନାହିଁ ।ଚିକିଟି ରେ ବଢୁଥିବା ଅପରାଧ ଓ ପୋଲିସର ନିଷ୍କ୍ରିୟତା ଏବେ ଏକ ବଡ଼ ପ୍ରଶ୍ନବାଚି ହୋଇପଡ଼ିଛି। ଲୋକମାନେ ପଚାରୁଛନ୍ତି ଆମେ କେତେ ସୁରକ୍ଷିତ?ନାରୀ କେତେ ସୁରକ୍ଷିତ?ଏବେ ଦେଖିବାକୁ ବାକି ରହିଲା ଆଇନର କାର୍ଯ୍ୟାନୁଷ୍ଠାନ l

You might also like