ଚାକିରୀ ଆଶାୟୀଙ୍କ ଖୁସି ଖବର ।ଓସିଏସ ପରୀକ୍ଷା ନିୟମ କୋହଳ

ଭୁବନେଶ୍ଵର (ରାଜ୍ୟ କାହାଣୀ) ଓପିଏସସି ସିଭିଲ ସର୍ଭିସ ପରୀକ୍ଷୀ ଆଶାୟୀଙ୍କ ପାଇଁ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ ଘୋଷଣା କରିଛନ୍ତି । ଓସିଏସ ପରୀକ୍ଷା ନିୟମ କୋହଳ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସର୍ବାଧିକ ୬ଟି ସୁଯୋଗକୁ ଉଠାଇଦେବାକୁ ଘୋଷଣା କରାଯାଇଛି । ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ । ସରକାରୀ ଚାକିରି ପାଇଁ ସର୍ବାଧିକ ବୟସସୀମା ୪୨କୁ ବୃଦ୍ଧି କରାଯାଇଛି । ଅନୁକମ୍ପାମୂଳକ ନିଯୁକ୍ତିରେ ଥିବା କଟକଣାକୁ କୋହଳ କରାଯାଇଛି । ସୂଚନାଥାଉକି, ଦୀର୍ଘ ଦିନ ହେବ ଆଶାୟୀମାନେ ରାଜ୍ୟ ସରକାରଙ୍କ ପାଖରେ ଅସୀମୀତ ଆଟେମ୍ପଟ ନେଇ ଦାବି କରି ଆସୁଥିଲେ । ପରୀକ୍ଷା ଆଶାୟୀଙ୍କ ଦାବିକୁ ଦୃଷ୍ଟିରେ ରଖି ପରୀକ୍ଷା ନିୟମ କୋହଳ କରାଯାଇଛି ।

You might also like