ଚନ୍ଦକା ଜଙ୍ଗଲକୁ ଆସିବେ ୨୦ ଗୟଳ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଚନ୍ଦକା ଜଙ୍ଗଲକୁ ଆସିବେ ୨୦ ଗୟଳ । ସମ୍ବଲପୁର ଡେବ୍ରିଗଡ଼ରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଗୟଳ ଆଣିବାକୁ ଚନ୍ଦକା ବନବିଭାଗ ଯୋଜନା କରିଛି ।ଏକ ସ୍ୱତନ୍ତ୍ର ଗାଡ଼ିରେ ଡେବ୍ରିଗଡ଼ରୁ ଚନ୍ଦକା ଆଣିବା ପାଇଁ ପ୍ରସ୍ତୁତି ଚାଲିଥିବା ଚନ୍ଦକା ଡିଏଫ୍‌ଓ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୨୪ ଫେବ୍ରୁଆରୀରେ ନନ୍ଦନକାନନରୁ ୨ଟି ମାଈ ଓ ଗୋଟିଏ ଅଣ୍ଡିରା ସମ୍ବର ଆଣି ଭରତପୁର ଜଙ୍ଗଲରେ ଛଡ଼ା ଯାଇଥିଲା । ଏହି ସମ୍ବରଙ୍କ ମଧ୍ୟରେ ଗୋଟିଏ ସମ୍ବର ଶାବକ ଜନ୍ମ ହୋଇଥିଲା । ତେଣୁ ଏହି ଜଙ୍ଗଲରେ ସମ୍ବର ବଂଶ ବୃଦ୍ଧି ଘଟିବା ବନବିଭାଗ ନିଶ୍ଚିତ ହୋଇଥିଲ । ତେଣୁ ଗଞ୍ଜାମ ତପ୍ତପାଣି ଚିଡ଼ିଆଖାନାରୁ ପର୍ଯ୍ୟାୟକ୍ରମେ ୪୦ଟି ସମ୍ବର ଆଣି ଏହି ଜଙ୍ଗଲରେ ଛଡ଼ାଯାଇଛି । ସେମାନଙ୍କ ମଧ୍ୟରେ ୨୪ଟି ମାଈ ଓ ୧୬ଟି ଅଣ୍ଡିରା ଅଛନ୍ତି ।ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ତୃଣଭୋଜୀ ପ୍ରାଣୀଙ୍କ ପାଇଁ ଉପଯୁକ୍ତ ସ୍ଥାନ । ଏହି ଜଙ୍ଗଲରେ ହରିଣ, ବିଲୁଆ, କୋକିଶିଆଳି, ବାର୍ହା, ହାତୀ ଆଦି ବିଭିନ୍ନ ପ୍ରକାର ପ୍ରାଣୀ ରହୁଛନ୍ତି ।

You might also like