ଘରେ ଚାଲିଥିଲା ବିବାହ ଉତ୍ସବ, ଛାତ ଉପରେ ପଡ଼ିଲା ଆମେରିକା ଡ୍ରୋନ୍‌

ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏଥର ବିବାହ ଉତ୍ସବ ଚାଲିଥିବା ଏକ ଘର ଉପରେ ଆମେରିକା ଡ୍ରୋନ ପଡ଼ିଥିଲା। । ଇରାନର ଦକ୍ଷିଣ ଅଞ୍ଚଳରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ମିଶାଇଲ ଖଣ୍ଡ ଏକ ଘର ଉପରେ ପଡ଼ିବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏଥିରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଇରାନୀ କର୍ତ୍ତୃପକ୍ଷ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଆକ୍ରମଣ ବେଳେ ୫୦ରୁ ଅଧିକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲାଆହତମାନଙ୍କୁ ନିକଟସ୍ଥ ମିନାବ୍ ସହରର ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି। ଏହି ଘଟଣା ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ନିକଟରେ ଘଟିଛି। ଆମେରିକା ପକ୍ଷରୁ ଇରାନରେ ନୂଆ ପର୍ଯ୍ୟାୟର ଆକ୍ରମଣ କରାଯାଇଥିବା ବେଳେ ଆମେରିକୀୟ ସେନା କହିଛି ଯେ ଏହାର ଟାର୍ଗେଟ୍ ଥିଲା ଇରାନୀ ସାମରିକ ଘାଟି, ଏୟାର ଡିଫେନ୍ସ ସିଷ୍ଟମ୍, ରାଡାର, ସାମୁଦ୍ରିକ ସମ୍ପତ୍ତି ଏବଂ ଯୋଗାଯୋଗ କେନ୍ଦ୍ର।।ମଙ୍ଗଳବାର ଆମେରିକୀୟ ସେନା ଇରାନରେ ଅନେକ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିଥିଲା। ତେହେରାନ ଅଞ୍ଚଳର ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ନିକ୍ଷେପ କରିଥିଲା। ଏହି ସଂଘର୍ଷରେ ପୁଣି ଥରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ଯେ, ଏହି ସଦ୍ୟତମ ଆକ୍ରମଣ ମଧ୍ୟପ୍ରାଚ୍ୟରେ ବାଣିଜ୍ୟିକ ଜାହାଜ ଏବଂ ଆମେରିକୀୟ ସେନା ଉପରେ ଆକ୍ରମଣ କରିବାର ଇରାନୀୟ ପ୍ରୟାସର ଜବାବରେ କରାଯାଇଥିଲା।

You might also like