ଗ୍ରୀଷ୍ମପ୍ରବାହକୁ ନେଇ ଗାଇଡ ଲାଇନ ଜାରି
ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ତାତିରୁ ସତର୍କ ରହିବା ପାଇଁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପରାମର୍ଶ । ଆସନ୍ତା ଜୁନ ୨ତାରିଖ ପର୍ଯ୍ୟନ୍ତ ରହିବ ଗ୍ରୀଷ୍ମପ୍ରବାହ । ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ନେଇ ସତର୍କତା ଗାଇଡ ଲାଇନ ଜାରି କରାଯାଇଥିବା କହିଛନ୍ତି ମନ୍ତ୍ରୀ । କୌଣସି କାମ ନଥିଲେ ଘରୁ ବହାରନ୍ତୁ ନାହିଁ । ଯଦି କୌଣସି କାର୍ଯ୍ୟରେ ଘରୁ ବାହାରିଛନ୍ତି, ତେବେ ସାଙ୍ଗରେ ପାଣି ବୋତଲ, ଛତା, ଜୋତା ନେଇ ବାହାରନ୍ତୁ । ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ଏନ.ଏ.ସି. ଏବଂ ମୁନିସିପାଳିଟି ପକ୍ଷରୁ ସ୍ଥାନେ ସ୍ଥାନେ ପିଇବା ପାଣି ଵ୍ୟଵସ୍ଥା କରାଯାଇଛି ।