ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ ମଧ୍ୟ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ମିଳିମିଶି ଏହି ଦିବସର ମହତ୍ତ୍ୱ ଉପଲବ୍ଧି କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ। ତେବେ ଉତ୍ସବ ସମାପ୍ତ ହେବା ପରେ ପ୍ରତିଦିନ ପରି ସ୍ୱାଭାବିକ ଭାବେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ଏହି ଦିନଗୁଡ଼ିକରେ କୌଣସି ଅତିରିକ୍ତ ବିଶ୍ରାମ ସମୟ କିମ୍ବା ଅଧା ଦିନ ଛୁଟି ମିଳିବ ନାହିଁ । ପୂର୍ବରୁ ଅନେକ ସ୍କୁଲରେ କେବଳ ଉତ୍ସବ ପାଳନ ପରେ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଉଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଥିଲା। ତେଣୁ ଶିକ୍ଷାଦାନ ଦିବସର ସଦୁପଯୋଗ ତଥା ସମୟ ମଧ୍ୟରେ ପାଠ୍ୟକ୍ରମ ଶେଷ କରିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ ହେବ