ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଦିନ ସ୍କୁଲ ବନ୍ଦ, ଶିକ୍ଷକ ମାନେ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ଵର(ରାଜ୍ୟ କାହାଣୀ) ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ।ତେବେ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୩୧ ତାରିଖ ଯାଏଁ ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଏ ନେଇ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ପକ୍ଷରୁ ଚିଠି କରାଯାଇଛି । ଅଗଷ୍ଟ ୧ ତାରିଖରେ ସ୍କୁଲ୍ ଖୋଲିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି ।ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ସ୍କୁଲ ଓ ଆବଶ୍ୟକୀୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସ୍କୁଲଗୁଡ଼ିକୁ ୨୪ ଘଣ୍ଟା ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରିବା ଏବଂ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ସହଯୋଗ ଯୋଗାଇବାକୁ କୁହାଯାଇଛି ।

You might also like