ଖୁବଶୀଘ୍ର ସ୍ଲଟ୍ ବୁକିଂ ଜରିଆରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ
ଖୁବଶୀଘ୍ର ସ୍ଲଟ୍ ବୁକିଂ ଜରିଆରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ। ଉଭୟ ଲାଇନ ଓ ସ୍ଲଟ୍ ବୁକିଂ ଦର୍ଶନ ଜାରି ରଖିବା ନେଇ ଯୋଜନା ଚାଲିଛି।ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସ୍ୱତନ୍ତ୍ର ହୋଲଡିଂ ଏରିଆରେ ସ୍ଲଟ ବୁକିଂ ମାଧ୍ୟମରେ ଶ୍ରଦ୍ଧାଳୁ ଦର୍ଶନ କରିବେ । ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ । ଏନେଇ ମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି। ମ୍ୟାନେଜିଙ୍ଗ କମିଟିରେ ଆଲୋଚନା ପରେ ସ୍ଲଟ ବୁକିଂକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।