ଖାତାକୁ ଗଲା ୫ମ କିସ୍ତି ସୁଭଦ୍ରା ଟଙ୍କା

ଭୁବନେଶ୍ୱର (ରାଜ୍ୟ କାହାଣୀ )ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର ସୁଭଦ୍ରା ମେଳାରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ହଜାର ୧୬୨ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିରେ ନୟାଗଡ଼ ଜିଲାର ୨ଲକ୍ଷ ୩୩ହଜାର ୫୮୫ ହିତାଧିକାରୀ ଅଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲା ସୁଭଦ୍ରା ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି।ଯେଉଁ ହିତାଧିକାରୀମାନଙ୍କର ପୂର୍ବ କିସ୍ତିଗୁଡ଼ିକ ବାକି ରହିଛି, ସେମାନେ ଆବଶ୍ୟକୀୟ କ୍ଷେତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସୁଭଦ୍ରା ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହାଛଡ଼ା ସରକାର ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ପଞ୍ଚମ କିସ୍ତିରୁ ବାଦ୍ ପଡ଼ିବେ, ସେମାନଙ୍କର ଆବଶ୍ୟକ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଗୋଟିଏ ମାସ ମଧ୍ୟରେ ସହାୟତା ରାଶି ପ୍ରଦାନ କରାଯିବ।

You might also like