ଖରାରେ ସିଝୁଛି ସାରା ଓଡ଼ିଶା, ଆଗାମୀ ଦୁଇ ଦିନ ତାତିରୁ ମିଳିବନି ନିସ୍ତାର

ରାଜ୍ୟ କାହାଣୀ ( ଭୁବନେଶ୍ଵର)ସାରା ରାଜ୍ୟରେ ଆକାଶରୁ ବର୍ଷୁଛି ନିଆଁ ।ତେବେ ଦୁଇ ଦିନ ଯାଏ ତାତିରୁ ନାହିଁ ନିସ୍ତାର । କାଲି ଯାଏ ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଦୁଇଦିନ ପରେ ବିଭିନ୍ନ ଜିଲ୍ଲାରେ ୨ରୁ ୪ଡିଗ୍ରି ସେଲସିୟସ ଯାଏ ତାପମାତ୍ରା କମିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଜୁଳି ଓ ଘଡ଼ଘଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।ତେବେ ଦୁଇ ଦିନ ଯାଏ ତାତିରୁ ନାହିଁ ନିସ୍ତାର । କାଲି ଯାଏ ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଦୁଇଦିନ ପରେ ବିଭିନ୍ନ ଜିଲ୍ଲାରେ ୨ରୁ ୪ଡିଗ୍ରି ସେଲସିୟସ ଯାଏ ତାପମାତ୍ରା କମିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଜୁଳି ଓ ଘଡ଼ଘଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ଶନିବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ଓ ୩୦-୪୦ କିମି ବେଗରେ ପବନ ହୋଇପାରେ ।

You might also like