କାଲିଠୁ ଘର ଘର ବୁଲି ଜନଗଣନା

ଭୁବନେଶ୍ୱର (ରାଜ୍ୟକାହାଣୀ )ଗୁରୁବାରଠୁ ଆରମ୍ଭ ହେବ ଘର ଘର ବୁଲି ଜନଗଣନା। ଏପ୍ରିଲ ୧୬ ରୁ ମେ ୧୫ ଯାଏଁ ମାସେ ବ୍ୟାପି ଜନଗଣନା ଚାଲିବ। ପ୍ରଥମ ୩ ଦିନ ଘର ନମ୍ଵରିଂ କରାଯିବ। ଏଥିପାଇଁ ୮୦ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି। ୮ ହଜାର ସୁପରଭାଇଜର ଅଛନ୍ତି। ୧୦ ହଜାର ଜନଗଣନାକାରୀଙ୍କୁ ରିଜର୍ଭ ରଖାଯାଇଛି। ଏମାନେ ସମସ୍ତ ତଥ୍ୟ ଡିଜିଟାଲି ଆଣିବେ। ଏନେଇ ସୂଚନା ଦେଇଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ। ପ୍ରଥମ ତିନିଦିନ ଘର ନମ୍ବରିଙ୍ଗ କରିବେ ଅଧିକାରୀ ।ଜନଗଣନାକାରୀ ମାନେ ସମସ୍ତେ ନିଜ କିଜ ମୋବାଇଲ ଏଚଏଲଭି ଆପ ଡାଉନ ଲୋଡ଼ କରିଛନ୍ତି । ଏହି ଆପ ଜରିଆରେ ସମସ୍ତ ତଥ୍ୟ ଲୋଡ କରିବେ ।

ଘର ଘର ଜନଗଣନା କରିବାକୁ ଗଲାବେଳେ ସାଥିରେ ସମସ୍ତେ ଆଇ କାର୍ଡ ଏବଂ ନିଯୁକ୍ତି ପତ୍ର ନେବେ। ଲୋକଙ୍କୁ କୌଣସି ଡକ୍ୟୁମେଣ୍ଟ ଦେବେ ଭେରିଫିକେସନ କିମ୍ବା ପ୍ରୁଫ ଦେବାକୁ ପଡିବ ନହିଁ । କେବଳ ଯାହା ୩୩ ଟି ପ୍ରଶ୍ନ ର ତଥ୍ୟ କହିବେ । ଏହି ଜନଗଣନାରେ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଳ ପୱନ କଲ୍ୟାଣ ।

You might also like