ଓରାଙ୍ଗଉଟାନ ପଛରେ ଇଣ୍ଟରନ୍ୟାସନାଲ ଲିଙ୍କ୍:ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ ଅନ୍ତର୍ଜାତୀୟ ଲିଙ୍କ ଥିବା ସନ୍ଦେହ କରଯାଉଛି। ଏସଟିଏଫ ଏହାର ତଦନ୍ତ କରୁଛି । ମୂଳ ଖୋଜିବାକୁ କିଛି ସମୟ ଲାଗିବ । ଖୁବ ଶୀଘ୍ର ଦୋଷୀ ଧରାପଡ଼ିବେ । ପ୍ରାଥମିକ ସ୍ତରରେ ରାଜ୍ୟରେ ଯେଉଁମାନେ ଏଥିରେ ଜଡ଼ିତ ଥିଲେ ଧରା ପଡିଛନ୍ତି । ତାଙ୍କର ଲିଙ୍କ୍ କେତେ ଦୂର ଯାଏଁ ଥିଲା, ତାର ଖୋଳତାଡ଼ ଚାଲିଛି । ଏସଟିଏଫ ଓ Wildlife Crime Control Bureau- WCCB ଏହାର ତଦନ୍ତ କରୁଛି । ବିଭିନ୍ନ ରାଜ୍ୟ ଯାଇ ସେଠାରେ ତଦନ୍ତ କରାଯାଉଛି । ଏ ତଦନ୍ତ ପାଇଁ ମାସେରୁ ଅଧିକ ସମୟ ମଧ୍ୟ ଲାଗିପାରେ ।ଏପରି କି ସବୁ ଓରାଙ୍ଗଉଟାନ ସୁସ୍ଥ ଥିବାବେଳେ ସମସ୍ତଙ୍କ ଯତ୍ନ ନିଆଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।ଓରାଙ୍ଗଉଟାନକୁ ରକ୍ତହୀନତା ବା ଆନିମିଆ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ଜଣକୁ ଅଧିକ ମାତ୍ରାରେ ଓ ଅନ୍ୟ ଦୁଇ ଜଣକୁ ସାମାନ୍ୟ ଭାବେ ରକ୍ତ ହୀନତା ଦେଖାଯାଇଛି । ବାକି ଦୁଇ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଉଛି । ତେବେ ଫଳମୂଳ ସମେତ ଓରାଙ୍ଗଉଟାନମାନଙ୍କୁ ଆଇରନ ସପ୍ଲିମେଣ୍ଟସ୍ ଦିଆଯାଉଛି ।