ଓରାଙ୍ଗଉଟାନ ଖାଇଲେ ସିଝା ଗାଜର ଓ ବିନ୍, ନନ୍ଦନକାନନରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଖାଦ୍ୟରେ ପରିବର୍ତ୍ତନ

ଭୁବନେଶ୍ଵର (ରାଜ୍ୟ କାହାଣୀ )ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଥିବା ୫ ଓରାଂଓଟାଂଙ୍କ ଅବସ୍ଥାରେ ସୁଧାର ଆସିଛି । ଏମସ୍ ଡାକ୍ତର ଓ ହେଲଥ କମିଟିର ୨ ଜଣ  ସଦସ୍ୟ ଆସି ସ୍ଵାସ୍ଥ୍ୟ ନିରିକ୍ଷଣ କରି ଠିକ୍ ଥିବା କହିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଛୁଆମାନଙ୍କୁ କୃମି ପାଇଁ ଆଇମରବିମିକଟିନ ଦେବାକୁ କହିଛନ୍ତି । ରକ୍ତ, ଅସ୍ଥି ଓ ଶରୀରର ବିକାଶ ପାଇଁ ଆଇରନ, କ୍ୟାଲସିଅମ ଓ ପ୍ରୋଟିନ୍ ଦେବାକୁ ପରାମର୍ଶ ଦେଇଛନ୍ତି ।  ଏଥିସହ ପୃଷ୍ଟିସାର ଖାଦ୍ୟର ଆବଶ୍ୟକ ଥିବାରୁ ଦୈନଦିନ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରିଛନ୍ତି ।ଏବେ ଓରାଙ୍ଗଉଟାନଙ୍କୁ ଦିଆଯାଉଛି ସିଝା ଗାଜର ଏବଂ ସିଝା ବିନ୍ ।

ପୂର୍ବରୁ ଦିଆ ଯାଉଥିବା କ୍ଷୀରର ପରିମାଣ ମଧ୍ୟ ବୃଦ୍ଧି କରାଯାଇଛି । ସେମାନଙ୍କର ଖାଦ୍ଯସୂଚୀ ମଧ୍ୟରେ କ୍ଷୀର, ନାନ୍ ଲୋ ଲାକ୍ ଏବଂ ସିମିଲାକ୍, କଦଳୀ ଓ ସେଓ ଚକଟା, ସିଝା ଗାଜର ଏବଂ ବିନ୍ ରହିଛି । ସମସ୍ତ ଶିଶୁ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ସମସ୍ତେ ସୁସ୍ଥ ଅଛନ୍ତି ।ସମସ୍ତଙ୍କ ଶରୀରର ତାପମାତ୍ରା ମଧ୍ୟ ସାମାନ୍ୟ ରହିଛି । ସମସ୍ତ ଶିଶୁଙ୍କ ଠାରେ ସ୍ୱାଭାବିକ ଲକ୍ଷଣ, ବ୍ୟବହାର ଓ କାର୍ଯ୍ୟଶୈଳୀ ସାଧାରଣ ରହିଛି । କ୍ୱରେଣ୍ଟାଇନ ମଧ୍ୟରେ ସିଡ଼ି ଏବଂ ଦଉଡ଼ି ରଖାଯାଇଛି । ଯାହା ଫଳରେ ଶିଶୁ ମାନେ ସେମାନଙ୍କ ମନୋରଞ୍ଜନ କରିପାରିବା ସହ ଅଧିକ ଆକ୍ଟିଭ ରହିପାରିବେ ନିଜକୁ ମା ଠାରୁ ଦୂରରେ ରହିଲେ ବି ଚିନ୍ତାମୁକ୍ତ ରହିପାରିବେ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି ।

You might also like