ଓପିଟିସିଏଲର କଡ଼ା ପଦକ୍ଷେପ: କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ

ଭୁବନେଶ୍ୱର (ରାଜ୍ୟକାହାଣୀ )ବିଦ୍ୟୁତ ଚାହିଦା ବଢ଼ିବାରୁ ଓପିଟିସିଏଲର କଡ଼ା ପଦକ୍ଷେପ। ଓପିଟିସିଏଲ୍ କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ କରାଯାଇଛି। ରାଜ୍ୟରେ ବଢ଼ୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍‌ କଡ଼ା ପ୍ରଶାସନିକ ପଦକ୍ଷେପ ନେଇଛି। ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକ ସର୍କୁଲାର ଅନୁସାରେ, ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କୌଣସି କର୍ମଚାରୀ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ଏଥିସହ ସମସ୍ତ ପ୍ରକାର ଅନୁମୋଦିତ ଛୁଟିକୁ ତତ୍‌କଣାତ ବାତିଲ କରାଯାଇଛି ।OPTCLର ମାନବ ସମ୍ପଦ ବିଭାଗ (HRD) ପକ୍ଷରୁ ୨୩ ମେ ତାରିଖରେ ଏହି ସର୍କୁଲାର ଜାରି କରାଯାଇଛି ।ରାଜ୍ୟରେ ଅତ୍ୟଧିକ ବିଦ୍ୟୁତ ଚାହିଦା ଯୋଗୁଁ ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ ସରବରାହକୁ ନିରବିଛିନ୍ନ ରଖିବା ଏବଂ ସମସ୍ତ ଅପରେସନାଲ୍‌ ବ୍ୟବସ୍ଥାକୁ ସଚଳ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

You might also like