ଓଡ଼ିଶାର ୬ ସହରରେ ସ୍ଥାପନ ହେବ ୧୯୦ ଇଭି ଚାର୍ଜିଂ ଷ୍ଟେସନ୍

PM E-DRIVE ଯୋଜନା ଅଧିନରେ ଓଡ଼ିଶାର ୬ଟି ସହରରେ ୧୯୦ଟି  ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ହେବ ।୬ଟି ପ୍ରମୁଖ ସହର ଅନୁଗୋଳ, ବାଲେଶ୍ବର, ଭୁବନେଶ୍ୱର, କଟକ, କଳିଙ୍ଗନଗର ଏବଂ ପୁରୀ।ଜାତୀୟ ରାଜପଥ, ଆଞ୍ଚଳିକ ସ୍ଥାନକୁ ଗୁରୁତ୍ୱ ଦିଆଯିବ। ଥରେ ଷ୍ଟେସନ ହୋଇଗଲେ ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ଷ୍ଟେସନଗୁଡ଼ିକ ନିଜେ ପରିଚାଳନା କରିପାରେ କିମ୍ବା ନୋଡାଲ ଅପରେଟର କୁ ହ୍ୟାଣ୍ଡଓଭର କରିପାରନ୍ତି। ଏହି ଯୋଜନା ପାଇଁ ମୋଟ ୧୦,୯୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ପ୍ରଦୂଷଣ କମିବା ସହ ଦେଶରେ ବୈଦ୍ୟୁତିକ ଯାନର ବ୍ୟବହାର ବଢ଼ାଇବା ପାଇଁ ଏହି ଭିତ୍ତିଭୂମି ବିକାଶ ଗୁରୁତ୍ବପୂର୍ଣ ପଦକ୍ଷେପ ବୋଲି କୁହାଯାଇଛି।

You might also like