ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସ୍ବର୍ଗତ ଦୁଃଖୀରାମ ସ୍ବାଇଁଙ୍କ ୧୦୦ତମ ଜୟନ୍ତୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରଖ୍ୟାତ ମଞ୍ଚ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସ୍ବର୍ଗତ ଦୁଃଖୀରାମ ସ୍ବାଇଁଙ୍କ ୧୦୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ଅଭିନେତା ଦୁଃଖୀରାମ ସ୍ବାଇଁ ଘର ଜଗତସିଂପୁର ଜିଲ୍ଲାରେ । ଜଣେ ଭାରତୀୟ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ମୋଟ ୪୬ଟି ଓଡ଼ିଆ କଥାଚିତ୍ରରେ ଖଳ, ହାସ୍ୟ ଓ ଚରିତ୍ର ଆଦି ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟରେ ପାରଦର୍ଶିତା ନିମନ୍ତେ ସେ ୧୯୯୪ ମସିହାରେ ଜୟଦେବ ପୁରସ୍କାର ପାଇଥିଲେ ।ଏଥି ସହିତ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।ସ୍କୁଲରେ ପଢ଼ିବା ଦିନରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ପରେ ଘର ଛାଡ଼ି କଟକ ଆସି କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗଦେଇଥିଲେ । ପଟ୍ଟନାୟକଙ୍କ ପ୍ରେରଣାରେ ଅଭିନୟ ସହିତ ପାଠପଢ଼ା ମଧ୍ୟ ଜାରି ରଖିଥିଲେ । ପେଟ ପୋଷିବା ପାଇଁ ଯୋଗାଣ ବିଭାଗରେ ସରକାରୀ ଚାକିରି କରିଥିଲେ । ତେବେ ପରେ ଚାକିରି ଛାଡ଼ି ସମ୍ପୂର୍ଣ୍ଣ ଭାବରେ ନିଜକୁ ଅଭିନୟ ଆରମ୍ଭ କରିଥିଲେ । ସେ ସଦାନନ୍ଦ ନାଟ୍ୟ ନିକେତନ ଓ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସହ ସଂଳିଷ୍ଟ ରହି ଅଭିନୟ ଜାରି ରଖିଥିଲେ ।

You might also like