ଏସେଲ ଗ୍ରୁପର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ରାଙ୍କ  ଠକେଇ ଅଭିଯୋଗରେ ମାମଲା ରୁଜୁ କଲା ସିବିଆଇ

ଜି ଗ୍ରୁପ୍‌ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । CBI ଏସେଲ ଗ୍ରୁପର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ସମେତ ଅନ୍ୟ ୪ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି ।LIC ହାଉସିଂ ଫାଇନାନ୍ସ ଲିମିଟେଡ୍ ସହ ପ୍ରାୟ ୧,୩୨୨ କୋଟି ଟଙ୍କାର କଥିତ ଠକେଇ ଅଭିଯୋଗରେ CBI ତାଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ରିପୋର୍ଟ ଅନୁସାରେ, LIC ହାଉସିଂ ଫାଇନାନ୍ସର ଅଭିଯୋଗ ଆଧାରରେ ସୁଭାଷ ଚନ୍ଦ୍ରାଙ୍କ ବ୍ୟତୀତ ପଙ୍କଜ ସୁରୋଲିଆ, ଅମିଶ ପାଣ୍ଡ୍ୟା ଏବଂ ରାଜୀବ ଢୋଲକିଆଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି।ଏହି ମାମଲାରେ CBI ମାମଲା ରୁଜୁ କରିବା ପରେ ତଦନ୍ତ ଆଗକୁ କିପରି ବଢ଼ୁଛି, ଋଣ ପ୍ରଦାନ ସମୟରେ ଦିଆଯାଇଥିବା ନେଟ୍ୱର୍ଥ ସାର୍ଟିଫିକେଟ୍‌ର ସତ୍ୟତା କ’ଣ ଏବଂ ଏଥିରେ କାହାର ଭୂମିକା ରହିଛି ସେସବୁ ଉପରେ ଏବେ ନଜର ରହିବ। ତେବେ CBIରେ ମାମଲା ରୁଜୁ ହେବା ମାତ୍ରେ ଅଭିଯୋଗ ପ୍ରମାଣିତ ହୋଇଯାଏ ନାହିଁ। ତଦନ୍ତ ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟାରେ ହିଁ ଅଭିଯୋଗଗୁଡ଼ିକର ସତ୍ୟତା ସ୍ପଷ୍ଟ ହେବ।

You might also like