ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ରେଜଲ୍ଟ ପ୍ରକାଶ ପରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କୌଣସି ଗୋଟିଏ ବିଷୟରେ ଇମ୍ପୁଭମେଣ୍ଟ ପାଇଁ ସୁଯୋଗ ମିଳିପାରିବ । ପିଲା ଜଣଙ୍କ ପାସ କରିଥିଲେ ଇମ୍ପ୍ରୁଭମେଣ୍ଟ ପରୀକ୍ଷାର ସୁଯୋଗ ପାଇପାରିବେ । ଜୁଲାଇ ପ୍ରଥମ ସପ୍ତାହରେ ହେବ ଇମ୍ପୁଭମେଣ୍ଟ ପରୀକ୍ଷା । ସୂଚନାମୁତାବକ ପ୍ରକଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକାସଙ୍ଗେ ବାହାରିଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । କଳା, ବାଣିଜ୍ୟ ଓ ବିଜ୍ଞାନରେ ଛାତ୍ରଙ୍କ ତୁଳନାରେ ଆଗୁଆ ରହିଛନ୍ତି ଛାତ୍ରୀ । କଳାରେ ଛାତ୍ରଙ୍କ ପାସ ହାର ୭୭.୯୭% ଥିବାବେଳେ ଛାତ୍ରୀଙ୍କ ପାସ ହାର ରହିଛି ୮୯.୪୫%। କଳାରେ ମୋଟ ପାସହାର ୮୪.୫୦% ।
ସେହିପରି ବାଣିଜ୍ୟରେ ଛାତ୍ରଙ୍କ ପାସହାର ୮୬.୬୭% ଥିବାବେଳେ ଛାତ୍ରୀଙ୍କ ପାସହାର ରହିଛି ୯୦.୪୩% । ବାଣିଜ୍ୟରେ ମୋଟ ପାସହାର ୮୮.୦୭% । ବିଜ୍ଞାନରେ ଛାତ୍ରଙ୍କ ପାସହାର ୮୭.୪୧% ଥିବାବେଳେ ଛାତ୍ରୀଙ୍କ ପାସହାର ରହିଛି ୯୦.୨୪% । ବିଜ୍ଞାନରେ ମୋଟ ପାସହାର ରହିଛି ୮୮.୮୦% ।