ଇତିହାସ ରଚିଲା ଇସ୍ରୋ :ମହାକାଶକୁ ଜିଏସଏଲଭି-ଏଫ୧୭ ସହ ଜାତୀୟ ଉପଗ୍ରହ ଇଓଏସ-୦୫ର ସଫଳ ଉତକ୍ଷେପଣ
ଭାରତୀୟ ମହାକାଶ ଅନୁସଂଧାନ ସଂସ୍ଥା ବା ଇସ୍ରୋର ଇତିହାସ । ଇସ୍ରୋ ସତୀଶ ଧାଓ୍ୱନ ସ୍ପେଶ୍ ସେଣ୍ଟରରୁ ଜିଏସଏଲଭି-ଏଫ୍ ୧୭ ରକେଟରୁ ଇଓଏସ୍-୦୫ ସାଟେଲାଇଟର ଉତକ୍ଷେପଣ କରିଛି । ଏହି ସାଟେଲାଇଟ୍ ଜିଆଇସାଟ୍ ୭ଏ ନାମରେ ପରିଚିତ । ଏହାର ଓଜନ ପ୍ରାୟ ୨୩୬୭ କେଜି । ଏହାକୁ ଶୁକ୍ରବାର ସ୍ପେଶ୍ ସେଣ୍ଟରର ଦ୍ୱିତୀୟ ଲଞ୍ଚ୍ ପ୍ୟାଡରୁ ମହାକାଶକୁ ପଠାଯାଇଛି ।ସାଧାରଣ ଉପଗ୍ରହଗୁଡ଼ିକ କେବଳ ସ୍ଥିର ଛବି ଦେଉଥିବା ବେଳେ ଇଓଏସ-୦୫ ଏକ ଜୀବନ୍ତ ”ମୁଭି” ଭଳି ନିରବଚ୍ଛିନ୍ନ ଭିଡିଓ ଫୁଟେଜ୍ ପ୍ରଦାନ କରିବ। ଏହା ଦ୍ୱାରା ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ, ପରିବେଶ ପରିବର୍ତ୍ତନ ଓ ନୌସେନା ସୁରକ୍ଷା କ୍ଷେତ୍ରରେ ବିପୁଳ ସହାୟତା ମିଳିପାରିବ। ୨୦୨୧ ମସିହାରେ ଜିଆଇଏସଏଟି-୧ ମିଶନ୍ ଅସଫଳ ହେବା ପରେ ଏହି ସ୍ୱପ୍ନ ଅଧୁରା ରହିଥିଲା, ଯାହା ଆଜି ପୂରଣ ହୋଇଛି।”ନଟି ବଏ” ଭାବେ ପରିଚିତ ଜିଏସଏଲଭି ଆଜି ନିଜର ଦକ୍ଷତା ପ୍ରମାଣିତ କରିଛି। ୧୯୯୦ ଦଶକରେ ଆମେରିକାର କଟକଣା ଯୋଗୁଁ ରାଷ୍ଟ୍ର ଗୋଷ୍ଠୀରୁ କ୍ରାୟୋଜେନିକ୍ ଇଞ୍ଜିନ୍ ପ୍ରଯୁକ୍ତିବିଦ୍ୟା ନମିଳିବା ପରେ, ଇସ୍ରୋ ବୈଜ୍ଞାନିକମାନେ ଦୀର୍ଘ ୨୦ ବର୍ଷର କଠିନ ପରିଶ୍ରମ ବଳରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ସଫଳତା ହାସଲ କରିଛନ୍ତି।