ଆସନ୍ତା ଜୁନ୍ ୨୧ରେ ହେବ NEET-UG ୨୦୨୬ ପୁନଃ ପରୀକ୍ଷା

NEET-UG ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ NEET-UG ୨୦୨୬ ପୁନଃ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଆସନ୍ତା ଜୁନ୍ ୨୧, ୨୦୨୬ (ରବିବାର) ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ।ଏଥିପାଇଁ, ଏଜେନ୍ସି neet-ug@nta.ac.in ଇମେଲ ମାଧ୍ୟମରେ କିମ୍ବା 011-40759000 କିମ୍ବା 011-69227700 ରେ କଲ୍ କରି ସେମାନଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି। ଏହି ପରୀକ୍ଷାରେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପ୍ରଶ୍ନପତ୍ର ଲିକ ଯୋଗୁ କିଛି ଦିନ ତଳେ ପରୀକ୍ଷା ବାତିଲ ହୋଇଥିଲା । ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ମାମଲାର ତଦନ୍ତ କରିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି ।

You might also like