ଆମ୍ ଆଦମୀ ପାର୍ଟିର ପଞ୍ଚାୟତ ପ୍ରସ୍ତୁତି
ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଠାରେ ଆସନ୍ତା ମେ ୨୪ ତାରିଖ (ରବିବାର) ଦିନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ଶ୍ରୀ ସଞ୍ଜୟ ସିଂ ଏବଂ ଓଡ଼ିଶା ପ୍ରଭାରୀ ଦିଲ୍ଲୀ କ୍ୟାଣ୍ଟର ବିଧାୟକ ଶ୍ରୀ ବୀରେନ୍ଦ୍ର ସିଂ କାଦିଆନ୍ ସମ୍ବୋଧିତ କରିବେ। ଉକ୍ତ ପ୍ରସ୍ତୁତି ବୈଠକରେ ଆଗାମୀ ଦିନରେ ସଂଗଠନକୁ ବୁଥ୍ ଲେବେଲ୍ ପର୍ଯ୍ୟନ୍ତ ନେବା ପାଇଁ ରଣନୀତି ପ୍ରସ୍ତୁତ ହେବା ସହିତ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ସ୍ତରରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସ୍ଥିରୀକୃତ ହେବ। ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଶାରେ ଜନସାଧାରଣଙ୍କ ପାଇଁ ଆମ୍ ଆଦମୀ ପାର୍ଟିକୁ ଏକ ଶକ୍ତିଶାଳୀ ବିକଳ୍ପ ଭାବରେ ପ୍ରସ୍ତୁତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସହିତ କେନ୍ଦ୍ରୀୟ ନେତୃତ୍ୱ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି। ଆପ୍ ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଏଥିପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ସମସ୍ତ ନେତୃ ମଣ୍ଡଳୀଙ୍କୁ ସାଧୁବାଦ୍ ଜଣାଇବା ସହିତ ଓଡ଼ିଶାର ସଂଗ୍ରାମୀ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହ ଏବଂ ସମର୍ପଣ ଭାବ ସହିତ କାମ କରିବା ନିମନ୍ତେ ଆହ୍ବାନ ଜଣାଇଛନ୍ତି। କେନ୍ଦ୍ରୀୟ ନେତୃତ୍ବଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଗାମୀ ତିନି ମାସ ମଧ୍ୟରେ ସଂଗଠନ ନିର୍ମାଣ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଗାମୀ ମେ ୨୪ ତାରିଖରେ ପ୍ରସ୍ତୁତ ହେଉଥିବା ରଣନୀତିକୁ ସ୍ବାଗତ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ସ୍ବାଇଁ, ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ୍, ମୁଖ୍ୟ ପ୍ରବକ୍ତା ଶ୍ରୀ ଲଳିତ ମୋହନ ଦାସ୍ ଅଧିକାରୀ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଜୟସୁର୍ଯ୍ୟ କାନୁନଗୋ ଉପସ୍ଥିତ ରହି ସମ୍ବୋଧିତ କରିଥିଲେ।