ଆଜି ବିଶ୍ବକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆବାହନ ପାଇଁ ସବୁଠି ପ୍ରସ୍ତୁତି

ଆଜି ପବିତ୍ର ବିଶ୍ବକର୍ମା ପୂଜା । ବିଶ୍ବକର୍ମା ପୂଜା ଦିନ କାରଖାନା, ମିଲ୍, ଗ୍ୟାରେଜ୍, ଇଞ୍ଜିନିୟରିଂ ସଂସ୍ଥା ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ବିଶେଷ ଉତ୍ସବର ମାହୋଲ ଥାଏ । ଏହି ଦିନ ଶ୍ରମିକ ଓ କାରିଗରମାନେ ନିଜ ନିଜର ଯନ୍ତ୍ରପାତି, ମେସିନ୍, ଗାଡ଼ି ଓ କମ୍ପ୍ୟୁଟର ଆଦିକୁ ସଫା କରି ପୂଜା କରନ୍ତି । ଭଗବାନ ବିଶ୍ବକର୍ମାଙ୍କ ସୁନ୍ଦର ମୂର୍ତ୍ତି ସ୍ଥାପନ କରି ଆଳତି ଓ ଯଜ୍ଞ କରାଯାଏ । ଏହି ଦିନ ସମସ୍ତ ପ୍ରକାରର କାରିଗରୀ କାମ ବନ୍ଦ ରହେ, ଯାହା ମେସିନ୍ ଏବଂ ଶ୍ରମିକମାନଙ୍କୁ ଦିନଟିଏ ବିଶ୍ରାମ ଦେବାର ଏକ ସୁନ୍ଦର ପରମ୍ପରା ।ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ରାଜ୍ୟର ଶିଳ୍ପ ପ୍ରାଣକେନ୍ଦ୍ର ଭାବେ ପରିଚିତ ପାରାଦ୍ୱୀପ, ଅନୁଗୋଳର ନାଲ୍ କୋ ଏବଂ ରାଉରକେଲା ଇସ୍ପାତ କାରଖାନା ଅଞ୍ଚଳରେ ଆକର୍ଷଣୀୟ ମଣ୍ଡପ, ଆଲୋକମାଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟାପକ ଆୟୋଜନ କରାଯାଇଛି।ସେହିପରି ବନ୍ଦର ନଗରୀ ପାରାଦ୍ୱୀପରେ ବିଶ୍ୱକର୍ମା ପୂଜା ଅତ୍ୟନ୍ତ ଧୂମଧାମରେ ଆୟୋଜିତ ହେଉଛି। ବହୁ ସୁସଜ୍ଜିତ ପୂଜା ମଣ୍ଡପ ନିର୍ମାଣ କରାଯାଇଛି। ଆଜି ଗାଡ଼ି ଏବଂ ଯନ୍ତ୍ରପାତିଗୁଡ଼ିକୁ ସଫାସୁତୁରା କରି ବିଶେଷ ପୂଜାର୍ଚ୍ଚନା କରାଯାଉଛି।

You might also like