ଆଜି ଅବପାତ ରୂପ ନେଇପାରେ ଲଘୁଚାପ । ୫ ଦିନ ଯାଏଁ ପ୍ରବଳ ବର୍ଷା, ଜାରି ହେଲା ରେଡ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ଵର (ରାଜ୍ୟ କାହାଣୀ) ଆଜି ଅବପାତ ରୂପ ନେଇପାରେ ଲଘୁଚାପ । ୨୩ରେ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ।ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଅନୁକୂଳ ପାଣିପାଗ ପରିସ୍ଥିତି କାରଣରୁ ଏହା ଆଜି ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅବପାତ ସୃଷ୍ଟି ହେବା ପରେ ଏହା ସମୁଦ୍ର ମଧ୍ୟରେ ଆହୁରି ଶକ୍ତି ସଂଗ୍ରହ କରିପାରେ ।ଆସନ୍ତାକାଲି ସୁଦ୍ଧା ଏହା ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେବାର ଆକଳନ କରାଯାଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖି ଏହି ସିଷ୍ଟମ ସେପ୍ଟେମ୍ବର ୨୩ ସକାଳ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ସମୁଦ୍ରରେ ପହଞ୍ଚିପାରେ। ସେତେବେଳକୁ ଏହା ପଶ୍ଚିମ-ମଧ୍ୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରହିବାର ସମ୍ଭାବନା ଅଛି।ପାଣିପାଗ ବିଭାଗ କହୁଛି,ସୋମବାର ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ବର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,କଟକ,କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ବିଜୁଳି,ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।ନୂଆପଡ଼ା,କଳାହାଣ୍ଡି,ରାୟଗଡ଼ା,କୋରାପୁଟ,ମାଲକାନାଗିରି,ଗଜପତି,ଗଞ୍ଜାମ,ପୁରୀ,ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁୟେଲୋ ୱାର୍ଣ୍ଣିଂଜାରି କରାଯାଇଛି।

You might also like