ଆଉ ଖୋଲିବନି ନୂଆ ଘରୋଇ ନର୍ସିଂ କଲେଜ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ବଢିଚାଲିଛି ଘରୋଇ ନର୍ସିଂ କଲେଜ ସଂଖ୍ୟା । ଏହା ଉପରେ ସରକାର ଅଂକୁଶ ଲଗାଇବାକୁ ଯାଉଛନ୍ତି । ଏଣିକି ଆଉ ନୂଆ ନର୍ସିଂ କଲେଜ ପ୍ରତିଷ୍ଠା କରିବାକୁ ଅନୁମତି ମିଳିବ ନାହିଁ । ଘରୋଇ ଏଏନ୍‌ଏମ୍, ଜିଏନ୍ଏମ୍, ବିଏସ୍‌ସି ନର୍ସିଂ କିମ୍ବା ନର୍ସିଂ ଅନୁଷ୍ଠାନ ପ୍ରତିଷ୍ଠ କରିବା ଲାଗି ରାଜ୍ୟ ସରକାର ନୂଆ ଅନୁମତି ତଥା ଏନ୍‌ଓସି (ଆପତ୍ତିବିହୀନ ପ୍ରମାଣପତ୍ର) ପ୍ରଦାନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ସେବା ଏବଂ ନର୍ସିଂ ଶିକ୍ଷା କ୍ଷେତ୍ରରେ ଏକ ଗୁଣାତ୍ମକ ମାନ ଆଣିବା ଲାଗି ଭଳି କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।ସେହିପରି ଯେଉଁ ସମସ୍ତ ଘରୋଇ ନର୍ସିଂ କଲେଜ ଖୋଲିଛି, ସେସବୁରେ INC ଏବଂ ONMRC ଦ୍ୱାରା ପରିଚାଳିତ ନୀତି ନିୟମକୁ ଠିକ୍ ଭାବରେ ଅନୁପାଳନ କରାଯାଉଛି କି ନାହିଁ ତାକୁ ମଧ୍ୟ ଅନୁଧ୍ୟାନ କରା‌ଯିବ ବୋଲି ଜଣାପଡ଼ିଛି ।

You might also like