ଆଉ କାଚ ବୋତଲରେ ମିଳିବନି ମଦ । କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାର

ଭୁବନେଶ୍ୱର (ରାଜ୍ୟକାହାଣୀ )କାଚ ବୋତଲ ବଦଳରେ ଫ୍ରୁଟି ଭଳି ମୋଟାକାଗଜ ଖୋଳରେ ମିଳିବ ମଦ । ସନା ମହାକୁଡଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖି କହିଛନ୍ତି,ଯେ କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍‌ ବ୍ୟବହାର କରାଯିବ। ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ଅଟେ। ସରକାର କାଚ ବୋତଲର ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରୁଥିବା ମନ୍ତ୍ରୀ କହିଛନ୍ତି। ଏ ଆହୁରି କହିଛନ୍ତି ଯେ ପ୍ରତିବର୍ଷ କ୍ରମାଗତ ଭାବେ ବଢି ଚାଲିଛି ମଦ ବିକ୍ରି। ୨୦୨୩-୨୪ ରେ ମଦ ବିକ୍ରି ରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ ରେ ୮ ହଜାର ୧୯୫ କୋଟି ର ରାଜସ୍ୱ ଆଦାୟ ହୋଇଛି।

You might also like