ଅବସର ନେବାର ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୋଲିସ ଡିଜି ୱାଇ ବି ଖୁରାନିଆ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଅବସର ନେବାର ଦୁଇ ଦିନ ପୂର୍ବରୁ ଓଡ଼ିଶା ପୋଲିସ ଡିଜି ୱାଇ.ବି. ଖୁରାନିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଡିଜିପିଙ୍କ ଏହି ସାକ୍ଷାତ ହୋଇଥିବା ଜଣାପଡ଼ିଛି।ଅଗଷ୍ଟ ୧୬ରେ ସରୁଛି ୱାଇ ବି ଖୁରାନିଆଙ୍କ କାର୍ଯ୍ୟକାଳ । ତେବେ ବଡ କଥା ହେଉଛି ଏଯାଏଁ ରାଜ୍ୟ ଡିଜିପି କିଏ ହେବେ ତାହା ସ୍ପଷ୍ଟ ହୋଇନାହିଁ ।ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ଓଡ଼ିଶା ପୋଲିସର ନୂଆ ମୁଖ୍ୟ କିଏ ହେବେ, ତାହା ଏଯାଏଁ ଘୋଷଣା ହୋଇନାହିଁ। ତେଣୁ ପରବର୍ତ୍ତୀ ଡିଜିପି ନିଯୁକ୍ତିକୁ ନେଇ ପୋଲିସ ମହଲଠାରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ଉତ୍ସୁକତା ବଢ଼ିଛି।