ଅଜିତଙ୍କ ରେସ୍ରେ ଏକାଠି ନଜର ଆସିଲେ ବିଜୟ-ତ୍ରିଶା
ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟ ଏକ ଆଲୋଚନାର ବିଷୟ ପାଲଟିଛି। ଏହି ଅନୁମାନ ମଧ୍ୟରେ, ଲଣ୍ଡନରୁ ଉଭୟଙ୍କର କିଛି ନୂଆ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି, ଯାହା ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ସେମାନଙ୍କୁ ଲଣ୍ଡନରେ ଏକ ରେସିଂ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଥିଲାଲଣ୍ଡନର ପ୍ରସିଦ୍ଧ ସିଲଭରଷ୍ଟୋନ ସର୍କିଟରେ ‘ମିଚେଲିନ ଲେ ମାନ୍ସ କପ’ (Michelin Le Mans Cup) ଦୌଡ଼ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଂଶଗ୍ରହଣ କରିବା ପାଇଁ ତାମିଲ ସୁପରଷ୍ଟାର ଅଜିତ କୁମାର ସେଠାରେ ପହଞ୍ଚିଥିଲେ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା ଏବଂ ସେ ପତାକା ଦେଖାଇ ଏହି ଦୌଡ଼ର ଶୁଭାରମ୍ଭ କରିଥିଲେ। ସେହି ସମୟରେ, ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ମଧ୍ୟ ଏକ ଚଳଚ୍ଚିତ୍ର ସୁଟିଂ ପାଇଁ ଲଣ୍ଡନରେ ଥିଲେ; ସେ ମଧ୍ୟ ରାଧିକା ସରତକୁମାରଙ୍କ ସହ ମିଶି ଅଜିତ କୁମାରଙ୍କୁ ସମର୍ଥନ ଜଣାଇବାକୁ ସେଠାରେ ଉପସ୍ଥିତ ରହିଥିଲେ।ସିଲଭରଷ୍ଟୋନ୍ରୁ ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ବିଜୟ ରେସିଂ ସର୍କିଟ୍ରେ ଦ୍ରୁତ ଗତିରେ ଅଜିତଙ୍କ ଆଡ଼କୁ ଯାଇ ତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ମିଶେଲିନ ଲେ ମାନ୍ସ କପ୍ର ସିଲଭରଷ୍ଟୋନ୍ ରାଉଣ୍ଡ ପୂର୍ବରୁ ଅଜିତ ନିଜେ ବିଜୟଙ୍କୁ ଭେନ୍ୟୁରେ ସ୍ୱାଗତ କରିଥିଲେ ।
ଏହା ପୂର୍ବରୁ, ମେ ୨୦୨୬ରେ ତ୍ରିଶା କୃଷ୍ଣନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ବିଜୟଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ । ତାଙ୍କୁ ବିଜୟଙ୍କ ପରିବାର ସହିତ ଦେଖିବାକୁ ମିଳିଥିଲା । ପରେ ବିଜୟଙ୍କ ପ୍ରଥମ ସମ୍ବୋଧନ ସମୟରେ ତ୍ରିଶା ଭାବୁକ ହୋଇପଡ଼ିଥିଲେ । ନିକଟରେ ସ୍ୱାଧୀନତା ଦିବସ ଅବସରରେ ମଧ୍ୟ ସେ ବିଜୟଙ୍କ ପରିବାର ସହିତ ନଜର ଆସିଥିଲେ । ଉଭୟେ ଦୀର୍ଘ ସମୟ ଧରି ପରସ୍ପରର ଭଲ ବନ୍ଧୁ ଭାବେ ରହିଆସିଛନ୍ତି ।