ଅକ୍ଷୟ ତୃତୀୟାରେ ସିଏମ କିଷାନ ସହାୟତା ରାଶି
ଭୁବନେଶ୍ୱର (ରାଜ୍ୟକାହାଣୀ )ଚଳିତ ମାସ ୨୦ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଯୋଗ୍ୟ ଚାଷୀଙ୍କୁ ସିଏମ-କିଷାନ ସହାୟତା ରାଶି ଦିଆଯିବ। କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରଦାନର ଶୁଭାରମ୍ଭ କରିବେ। ରାଜ୍ୟର ୪୧ ଲକ୍ଷ ୬୮ହଜାର ୫୮୨ ଚାଷୀଙ୍କୁ ଖରିଫ ସହାୟତା ପ୍ରଦାନ କରାଯିବ। ସୂଚନାମୁତାବକ ଏହି ଯୋଜନାରେ ଅକ୍ଷୟ ତୃତୀୟା ଓ ନୂଆଖାଇ ସମୟରେ ଚାଷୀଙ୍କୁ ଦୁଇଟି କିସ୍ତିରେ ସହାୟତା ମିଳୁଥିବାବେଳେ, ଅକ୍ଷୟ ତୃତୀୟାରେ ଖରିଫ୍ ଋତୁ ପାଇଁ ଟଙ୍କା ଡିବିଟି (DBT) ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାକୁ ଆସୁଛି।
ସହାୟତା ରାଶି: ସିଏମ କିଷାନ ଓ ପିଏମ କିଷାନ ମିଶି ଚାଷୀ ବାର୍ଷିକ ୧୦,୦୦୦ ଟଙ୍କା ପାଆନ୍ତି।
ହିତାଧିକାରୀ: କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାର।
ଆବଶ୍ୟକତା: ସିଏମ କିଷାନ ଯୋଗ୍ୟତା ତାଲିକାରେ ନାମ ରହିବା ଜରୁରୀ।
ଏହି ସହାୟତା ରାଶି ଚାଷୀଙ୍କୁ ବିହନ, ସାର ଓ କୀଟନାଶକ କିଣିବାରେ ସାହାଯ୍ୟ କରିଥାଏ।