ଅଂଶୁଘାତର ଶିକାର ହେଲେ ସୋନପୁର ଉପଜିଲ୍ଲାପାଳ

ରାଜ୍ୟ କାହାଣୀ(ଭୁବନେଶ୍ଵର)ସୋନପୁର ଉପଜିଲ୍ଲାପାଳ ଅଂଶୁଘାତରେ ଆକ୍ରାନ୍ତ। ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ଅଂଶୁଘାତରେ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ସୋମବାର ଦିନ ସୋନପୁର ଜିଲ୍ଲା ବିଶିମୁଣ୍ଡା ଗାଁ ପଞ୍ଚାୟତ ଠାରେ ଏକ ଅଭିଯୋଗ ଶୁଣାଣିର ଶିବିର ଚାଲିଥିଲା । ଉପଜିଲ୍ଲାପାଳ ସୌମ୍ୟାରୁପା ରଥ ସେଠାରେ ଉପସ୍ଥିତ ରହିଥିଲେ । ହଠାତ୍‌ ଏହି ସମୟରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଉପଜିଲ୍ଲାପାଳଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

You might also like