ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ମଦ୍ୟପ ସ୍ଵାମୀ
ସୈତାନ ସାଜିଲା ସ୍ଵାମୀ। ସ୍ତ୍ରୀକୁ କଲବଲ କରି ଜାଳିଦେଲା ନୃଶଂସ ! ଘର ଆଗରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି । ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକ। ଢେଙ୍କାନାଳ ଜିଲ୍ଲା ବେଲପଡ଼ା ଥାନା କଟାପାଲିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବେଲପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ପଚାରି ଉଚରା କରୁଛି। ସୂଚନାନୁଯାୟୀ, ବେଲପଡା ଥାନା କଟାପାଲିର ପିଣ୍ଟୁ ପରୁଆ ତାଙ୍କ ସ୍ତ୍ରୀ କୁଲବତୀ ପରୁଆ (୨୫ ବର୍ଷ)ଙ୍କୁ ନିର୍ଯାତନା ଦେଉଥିଲେ। ଗତକାଲି ରାତିରେ କୁଲବତୀ ତାଙ୍କ ମାଆଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ। ଆଜି ସକାଳେ ଘର ଆଗରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।