କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଦେଲେ ଯୁବକ

ରାଜ୍ୟକାହାଣୀ ( ଭୁବନେଶ୍ୱର )କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଦେଲେ ଯୁବକ। ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବାହାରକୁ ଯିବା ସମୟରେ Link Expressରେ ବେଆଇନ ଭାବେ ଦାଦନ ଯାଉଥିବା ବେଳେ, ଦାଦନ ଶ୍ରମିକକୁ କୁଆଡେ ଯାଉଛ ବୋଲି ପଚାରୁଥିବା ସମୟରେ ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ ଦୌଡ଼ି ଆସି ଦୁର୍ବ୍ୟବହାର ଦେବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ଦେଇଥିବା ଏତଲାରେ ଉଲ୍ଲେଖ ଅଛି । ଏନେଇ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି । ବିଧାୟକଙ୍କ ଏତଲା ଅନୁସାରେ, ଡିସେମ୍ବର ୩ ତାରିଖ ବୁଧବାର ରାତି ପ୍ରାୟ ସାଢ଼େ ୧୧ଟାରେ ସେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଯାଇଥିଲେ ।ସେହି ସମୟରେ ୨ ନମ୍ବର ପ୍ଲାଟଫର୍ମରେ କୋର୍ବା ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ୍ ଆସିଥିଲା । ଆଉ ବିଧାୟକ ଷ୍ଟେସନରେ ବସିଥିବା ସ୍ଥାନୀୟ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ଵ ମହିଳା, ପୁରୁଷ ଓ ଶିଶୁଙ୍କୁ ଦେଖି ଦାଦନ ଚାଲାଣ ସନ୍ଦେହରେ ପ୍ରଶ୍ନ କରିଥିଲେ ।

ଆଉ ଷ୍ଟେସନରେ ବସିଥିବା ଶ୍ରମିକଙ୍କ ମଧ୍ୟରୁ କିଏ କହିଥିଲା ହାଇଦ୍ରାବାଦ ଯାଉଛୁ… ତ ଆଉ କିଏ ବିଜୟୱାଡ଼ା । ଯାହାକୁ ନେଇ ଦାଦନ ଚାଲାଣ ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଥିଲା । ସଙ୍ଗେ ସଙ୍ଗେ ବିଧାୟକ ଦାଦନ ରୋକିବାକୁ ହୋଇଥିବା ଟାସ୍କଫୋର୍ସ ସହ ଆରପିଏଫ୍, ଜିଆରପି ସହ ସ୍ଥାନୀୟ ପୋଲିସକୁ ଖବର ଦେବାକୁ କହିଥିଲେ ।ଆଉ ଏତିକି ବେଳେ ଦୌଡ଼ି ଆସିଥିଲେ ଶ୍ରମିକଙ୍କୁ ଦାଦନ ଚାଲାଣ କରୁଥିବା ଦଲାଲ । ମହମ୍ମଦ ଇମ୍ରାନ ଖାନ (ବଣ୍ଟି), ପି. ହାରୁନ ଖାନ ଏବଂ ବଣ୍ଟି ବେହେରାଙ୍କ ସହ ୫ରୁ ଅଧିକ ଦାଦନ ଦଲାଲ ମାଡ଼ି ଆସିବା ସହ ବିଧାୟକଙ୍କୁ ଦୁର୍ବ୍ୟବହାର କରିଥିଲେ । ଅସଭ୍ୟ ଭାଷାରେ ଗାଳି ଦେଇ ଧମକ ଦେଇଥିଲା ମହମ୍ମଦ ଇମ୍ରାନ ଖାନ ଓରଫ ବଣ୍ଟି ।

You might also like