କୋଣାର୍କ ପରିଦର୍ଶନ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ କୁମାରସ୍ୱାମୀ

ରାଜ୍ୟକାହାଣୀ ( ଭୁବନେଶ୍ୱର )ସପତ୍ନୀକ କୋଣାର୍କ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚଡି କୁମାରସ୍ଵାମୀ। ଗୁରୁବାର ସକାଳ ୯ଟାରେ ସେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। କୋଣାର୍କ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଛନ୍ତି।ପତ୍ନୀଙ୍କ ସହ କୁମାରସ୍ୱାମୀ ପ୍ରାୟ ଏକ ଘଣ୍ଟା ବିତାଇ ତ୍ରୟୋଦଶ ଶତାବ୍ଦୀର ମନ୍ଦିର, ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଅନୁସନ୍ଧାନ କରିଥିଲେ। ଲାଇସେନ୍ସପ୍ରାପ୍ତ ଗାଇଡ୍ ବିଶ୍ୱେଶ୍ୱର ଦାଶଙ୍କ ମାର୍ଗଦର୍ଶନରେ, ମନ୍ତ୍ରୀ ମନ୍ଦିରର ଇତିହାସ ଏବଂ ଗୁରୁତ୍ୱ ବିଷୟରେ ଜାଣିଥିଲେ। ସେ ସ୍ଥାନରେ ଥିବା ସଂଗ୍ରହାଳୟ ଏବଂ ପ୍ରଦର୍ଶନୀ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ।ଶେଷରେ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରମନ୍ତ୍ରୀ ପୁରୀ ଫେରିଥିଲେ।କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ସୁରୁଖୁରୁରେ କରିବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

You might also like